Unknown

ଫିଉଚର ସାହେବ

ଶ୍ରୀ ଫିଉଚର ସାହେବ

 

ଏଥର ମଲେ ସାହେବ ହେବି ।

ଲାଲ ମୁଣ୍ଡରେ କେପ୍‌ ଦେବି ।

ଏଥର ମଲେ ସାହେବ ହେବି ।

ଲାଲ ମୁଣ୍ଡରେ କେପ୍‌ ଦେବି ।

କିର୍କିଟି ପ୍ଲାନେଲ ପିଣ୍ଟଲୁନ୍‌ କରି ନାଇଟ୍‌ଡ଼େ ପିନ୍ଧୁଥିବେ ।

ଗିନିଫାଉଲଙ୍କ ବଂଶ ମାରିବି ।

ଟେବଲ ଉପରେ ଖାନା ଖାଇବି ।

ନେଟିବ୍‌ ଦେଖିଲେ ନିକଟେ ଆସିଲେ ଡ଼ର୍ଟୀ ବୋଲି ଦୁରୁଦୁରୁ କରିବି ।

ମର୍ନିଙ୍ଗ ଇଭନିଙ୍ଗ ଓ୍ୟାକ୍‌ କାଳରେ ।

ସ୍ପାନିଏଲ୍‌ ଡ଼ଗ ଥିବ ସଙ୍ଗରେ ।

ଇମ୍ପରରମାନ କରି ତୁଚ୍ଛଜ୍ଞାନ କିସ୍‌ ଦେଉଥିବ ତାର ମୁଖରେ ।

 

 

 

ଇୟୁରୋପିୟାନ୍‌ ଯେବେ ଦେଖିବି ।

ନ୍ତ୍ରିଖଣ୍ଡି ମଜରା କହିଁ ମାରିବି ।

ଗଡ଼ବାଇ ପ୍ରେଣ୍ଡ ବୋଲିଣ ସେକେଣ୍ଡ କରି ଲେଟ୍‌ ମି ଗୋ ବୋଲି ଚଳିବି ।

ମୁରଲୀ ମୁଖରେ ସ୍ମୋକ ଛାଡ଼ିବି ।

ପିଚ ବାଡ଼ୀ ଖଣ୍ଡି କାଖେ ଯାକିବି ।

ରାଇଟ୍‌ ହେଣ୍ଡକୁ ପକେଟେ ପୁରାଇ ହୁଇଟିନ ସୁଧା ଶପକୁ ଯିବି ।

ଶପରୁ ରିଟର୍ନ କରିବାବେଳେ ।

ଅଲ୍ ଦି ପିପଲ ଦେଖିବେ ଡ଼ୋଳେ ।

ଢ଼ଳି ଢ଼ଳି ଦେବ ଅବତାର ମୂର୍ତ୍ତି ଯାଉଛନ୍ତି ଆହା ଆନନ୍ଦ ଭୋଳେ ।

ଟ୍ରାଭେଲ୍‌ କରିବି ମୁଁ ଥରେ ଥରେ ।

ଗଉଡ଼ମାନଙ୍କ ଦେଶ ମଧ୍ୟରେ ।

ଗୋପାଳ ଅଙ୍ଗନା ସବୁ ହେବେ ଛନ୍ନା ଧୋବଲା ସାହେବ ରୂପ ଦେଖି ରେ ।

 

ହିଅର ହିଅର ଡ଼ାକିବି ମୁହିଁ ।

କିନ୍ତୁ ବାମା ଯିବେ ଭୟେ ପଳାଇ ।

ସେ ପିଓର ଭାବ ପାଇବେ କି ଠାବ ପୁଲିସ୍‌ ନେଟିବ ଗଉଡ଼େ କାହିଁ ।

ଇଉରେସିୟାନ ସଙ୍ଗ ନ ଧରି ।

ଗୁଡ଼ ପ୍ଲେସ ଦେଖି କରିବି ପୁରୀ ।

କାଣ୍ଟାନମେଣ୍ଟର ଫୋର୍ଟ ଆସେପାଶେ ଯହିଁ ଲୋକାଲିଯି ଗୁଡ଼ସିନାରୀ ।

୧୦

ସୁନ୍ଦରୀ ଓ୍ୟାଇଫ ସଙ୍ଗେ ଘେନିବି ।

ଚାରି ଘୋଡ଼ା କୋଚ ଛଡ଼ାଇ ଦେବି ।

ହୋଲ ଟାଉନରେ ବୁଲି ସ୍ନେହରରେ ନାରୀସ୍ୱାଧୀନତା ଦେଖାଇଦେବି ।

୧୧

ଇଟ୍‌ ଇଜ୍‌ ମାଇଂ ଟ୍ରୁଅ ଭାଇ ।

ହର୍ସରେମ୍‍ ମୁଁ କରିବି ନାଇଁ ।

ସେକ୍ସପିୟର ବାଇବେଲ ବୁକ ହୋଲ ଲାଇଫରେ ଛୁଇଁ ବି ନାହିଁ ।

 

୧୨

କାମ୍ବ୍ରିଜ କଲେଜେ କିଛି ପଢ଼ିବି ।

ଚାନ୍ସରେ ସିଭିଲିୟାନ୍ ହେବି ।

କେବଳ ଭାରତ ଅଲ ମାଇଁ ହୋପ ଏଠାରେ ହାକିମୀ ଆସି କରିବି ।

୧୩

ଟେନ୍‌ ଓ କ୍ଲବରେ କୋକ ଚଢ଼ିବି ।

ଧସ କରି କୋଟେ ଆସି ମିଳିବି ।

ଗ୍ରହଗଣ ମଧ୍ୟେ ସନ ଯେଉଁ ପ୍ରାୟେ, ଅମଲାଙ୍କ ମଧ୍ୟେ ସଲାମି ନେବି ।

୧୪

ଅମଲାଏ ସବେ ମିସଲ ଠାରେ ।

ପିଅନ ରହିବେ ସବୁ ଦୁଆରେ ।

ଝାଲରୀ ପଙ୍ଖାକୁ ଅର୍ଜ୍ଜୁନବେହେରା ଟାଣୁଥିବ ଆହା ଯେଉଁକାଳରେ ।

୧୫

ବୁଲି ଖେଳୁଥିବ ଏୟାର ତହିଁ ।

ସେ ସୁଖ ସୌଭାଗ୍ୟେ ଉପମା ନାହିଁ ।

କିବା ଯୁଧିଷ୍ଠିର ଦିଲ୍ଲୀ ଦରବାର ଇନ୍ଦ୍ରର ଇନ୍ଦ୍ରତ୍ୱ ରହିବ କାହିଁ ।

 

୧୬

ପୁଅର କିରାନି ମସ୍ତକପରେ ।

ଅଫିସ ଓ୍ୟାର୍କକୁ ରଖିବି ଧୀରେ ।

ନ ହେଲା ବେଳକୁ ଲାଲ ଆଇଜରେ କଟାକ୍ଷ ଚାହାଣି ହାଣିବି ଶିରେ ।

୧୭

ତହୁଁ ଯେବେ କାମ ରହିଲା ବାକି ।

ପେନ୍‌ ମୁନେ ସବୁ ମାରିବି ଫାଙ୍କି ।

ଜନସେନ୍ସ ଫେଲୋ କିରାନି ବାବୁକୁ ଗାଳି ଦେବି ମୁହିଁ ନୟନ ବାଙ୍କି ।

୧୮

କହିବି ଓକୀଲେ ସଜୋରେ ଚାହିଁ ।

ହାମସେ ଚାଲାକି ଚଲେଗା ନାହିଁ ।

ଓକାଲତନାମା ନାମଞ୍ଜୁର ଟେରା ବାତ ମତ କରୋ ଇଜତ ଚାହିଁ ।

୧୯

ନିତାନ୍ତ ଓକିଲ ଦୁଷ୍ଟତା କରେ ।

ହଣ୍ଡ୍ରେଡ଼ ରୁପିସ୍‌ ଫାଇନ୍‌ ତାରେ ।

ତହିଁରୁ ବଳିଲେ ଅକିୟୁଜ କରି ସିକ୍ସ ମନ୍ଥ ଦେବି ମାତୁଳ ଘରେ ।

 

୨୦

ଯେତେବେଳେ କେହି ସୁପିରିଅର ।

ଅଫିସ କରିବେ ଇନକୁଆର ।

ଏ ବି ସି ଲଥିକି ସଜାଇ ରଖିବି ତାହାଙ୍କ ଚମଡ଼ା ଆଖି ଉପର ।

୨୧

ବାହାର ବିଉଟି ଦେଖିବେ ସେହି ।

ଭିତର କାଳିମା ଲୁଚିବ ରହି ।

ମହାକାଳଫଳ କେମନ୍ତ ସୁନ୍ଦର ଭିତର ନରକ କିଏ ଦେଖଇ ।

୨୨

ଫାଙ୍କି ଦେଇ ମୁହିଁ ବାହା ବା ନେବି ।

ସୁପିରିୟରଙ୍କୁ ରେଷ୍ପେକ୍ଟ ଦେବି ।

ତାହାଙ୍କର ଗୁଡ଼ ଓପିନିୟନରେ ନ୍ତ୍ରମଶରେ ଉଚ୍ଚପଦ ଲଭିବି ।

୨୩

ନେଟିବ୍‌ମାନଙ୍କୁ ପଚାରେ କିଏ ।

ଆମର ତାହାଙ୍କ ଦୁଃଖେ କି ଯାଏ ।

ଯାହା ଇଚ୍ଛା ତାହା ହେଉନୀ ତାଙ୍କର ଆମ୍ଭ ସ୍ୱାର୍ଥ ହେଲେ ସକଳ ହୁଏ ।

 

୨୪

ମାତ୍ର ହିପୋକ୍ରିଟ ଅଟଇ ମୁହିଁ ।

ଏକଥାଟି କେହି ଜାଣିବେ ନାହିଁ ।

ମନରେ ଜାଣନ୍ତୁ ପଛକେ ଦାଣ୍ଡରେ କହିଲେ ମସ୍ତକ ହାଣିବ ଯାଇଁ ।

୨୫

ହାମରା କୋଠିକୁ ଯବ କି କୋଇ ।

ମୁଲାକାତ ବାସ୍ତେ ଆଏଗା ରହି ।

କହଙ୍ଗେ ଚପରାଶି ବୋଲୋ ଆଦମିକୁ ସହେବକା ଅଭି ଫୁରସତ ନାହିଁ ।

୨୬

ନେଟିବଙ୍କୁ ସଙ୍ଗେ ହୋଇଲେ କଳି ।

କରିବି ପ୍ରହାର ହୃଦୟ ଜାଳି ।

ଧଳା ଚମଡ଼ାରେ କଳାଲୋକଙ୍କର କେଉଁ ଅଧିକାର ମରିବେ ଭାଳି ।

୨୭

କ୍ରିମିନେଲ୍‌ କେସ୍‌ ହେଲେ ଉଦୟ ।

ଗୋରାଙ୍କ ସୁପର୍ଦ ହେବ ନିଶ୍ଚୟ ।

ତେବେ ମୁ ଉଲ୍ଲାସ ହୋଇବି ଖଲାସ ଶତକରା ଗୋରା କେତେ ଦଣ୍ଡୀୟ ।

 

୨୮

ଯଦି କାହିଁ ପୋଷ୍ଟ ଭେକେନ୍ସ ହେବ ।

ଯେହୁ ମୋର ଅନୁସରଣେ ଥିବ ।

ଗଜମୂର୍ଖ ହେଉ ପଛକେ ତାହାକୁ ସେ କର୍ମେ ବାହାଲ କରା ହୋଇବ ।

୨୯

ବହୁ କାଣ୍ଡିଡ଼େଟ୍‌ ଥିଲେ ତହିଁରେ ।

ପାସ୍‌ ଲକ୍ଷ୍ୟ ନାହିଁ ଆମ୍ଭ ପାଞ୍ଜିରେ ।

ଯେହେଉ ସେହେଉ କାମ ହେଲେ ଭଲା ବିଦ୍ୟା ପଚାରୁଛି କିଏ କାହିଁରେ ।

୩୦

ନିୟୁଜପେପର ଯେ ଏଡ଼ିଟର ।

କାଗଜେ କରବେ କୁତ୍ସା ମୋହର ।

ଟାଇମ ବୁଝି ମୁଁ ପକାଇବି ତାଙ୍କୁ ଡ଼ିଫମେଶନ କାଞ୍ଜିଆହୁଦାର ।

୩୧

କେସ୍‌ ଫ୍ଲଫ୍‌ ହେଉ ଅଥବା ନୋହୁ ।

କଲମରେ ଛାଡ଼ ନୋହିବେ ସେହୁ ।

ଫାଇନ୍‌ ଅଥବା ଇମ୍ପ୍ରିଜନ୍‌ମେଣ୍ଟ ପାଇବେ ଏକ ବା ଉଭୟେ ହେଉ ।

 

୩୨

ଉଇଣ୍ଟରେ ମଫସଲ ଗସ୍ତରେ ।

ପରୁଆନା ଜାରି ହେବ ସବୁରେ ।

ଜମିଦାରଗଣ ସଜାଇ ରଖିବେ ଫାଉଲ ମାଖନ ସେ ମୁକାମରେ ।

୩୩

କେହିବା ଡ଼ିଉଟି ଖିଲାପ କଲେ ।

ଜମିଦାରୀ ଖାସେ ଆଣିବି ଭଲେ ।

ନୋହିଲେ ବହୁତ ହରକତ କରି ନେବି ତା ଜୀବନ ମୁଁ କଲବଲେ ।

୩୪

ଡ଼େରାରେ ଏଣିକି ତେଣିକି ହୋଇ ।

ବୁଲୁବୁଲୁ କରି ଲୋକଙ୍କୁ ଚାହିଁ ।

କିଛିକ୍ଷଣ ପରେ ବନ୍ଧୁକହସ୍ତରେ ଶିକାରେ ଜଙ୍ଗଲେ ପଶିବି ଯାଇଁ ।

୩୫

ଯାନୁଅର ପକ୍ଷୀ ଯାହା ପାଇବି ।

ସଙ୍ଗେ ଘେନି ଆସି ଡ଼େରାରେ ହେବି ।

ଫୋର ଫାଇବ ଡ଼େଜ ଆମୋଦେ କଟାଇ ସଦରଅଫିସେ ପୁଣି ଫେରିବି ।

 

୩୬

ବହୁତ ହୋଇଲେ ମନି ମୋହୋର ।

ଫର୍ଲ୍ଲୋ ଲିଭ ନେବି ଓ୍ୟାନ ଇୟର ।

ଫାମିଲ ସଙ୍ଗତେ ଚଳିବି ବିଲାତେ ସାରଗରବକ୍ଷକୁ କରି ବିଦାର ।

୩୭

ଇଣ୍ଡିଆରେ ଆମ୍ଭ ବଢ଼ିଆଭାବ ।

ଗ୍ରେଟ୍‌ ବ୍ରିଟେନ୍‌ରେ କାହୁଁ ମିଳିବ ।

ନୋଟ ଗିନି ମନି ସବୁ ଶେଷ ହେଲେ ଆଉ କି ସାହେବଗିରୀ ରହିବ ।

୩୮

ପୂର୍ବରୁ ହୋଇଣ ମୁ ସାବଧାନ ।

ଭାରତେ କରିବି ଶୁଭାଗମନ ।

ପୁନରପି ଭାଗ୍ୟେ ଫୁଲମୁନ ଆସି ଉଦୟ ହୋଇବେ ପୂର୍ବ ଗଗନ ।

୩୯

ବହୁକାଳ କାର୍ଯ୍ୟେ ନିବଷ୍ଟ ହେବି ।

ଲାଟ ଗଭର୍ଣ୍ଣର ହେଲେ ହୋଇବି ।

ନୋହିଲେ ସର୍ଭିସ ଛାଡ଼ି ଭାରତରୁ ବହୁ ଧନ ନେଇ ବସି ଖାଇବି ।

 

୪୦

ନିତାନ୍ତ ପକ୍ଷରେ ହଜାରେ ଟଙ୍କା ।

ମାସି ପେନସନ ରହିଛି ଅଙ୍କା ।

କାହାର ପାଓ୍ୟାର ଅନ୍ୟଥା ତାହାର କରିବ ମୋହର ସୂତାଏ ବଙ୍କା ।